Skip to main content

୧୫ ଟି ଦେଶରେ ଓମିକ୍ରୋନ ସଂକ୍ରମଣ : ସାରା ବିଶ୍ୱକୁ ଭୟ

 ସାରା ବିଶ୍ବ ରେ ଓମିକ୍ରୋନ ଭୟ 

୧୫ ଟି ଦେଶରେ ସଂକ୍ରମଣ ପରେ ଭାରତରେ ମଧ୍ୟ ଓମିକ୍ରୋନ ଚିନ୍ତା ବଢାଇଛି , କୋରୋନର ଏହି ନୂଆ ରୂପ । କୁହାଯାଉଛି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ନୂଆ ଭୂତାଣୁ ଏତେ ସଂକ୍ରାମକ ଯେ ୬ ଦିନରେ କାନାଡା ,ଡେନମାର୍କ ,ଫ୍ରାନ୍ସ ,ଜର୍ମାନୀ ,ଇଂଲଣ୍ଡ ,ହଂକଂ ,ଇଜରାଇଲ ଭଳି  ୧୫ ଟି ଦେଶରେ ବ୍ୟାପିଲାଣି । ଗବେଶକଙ୍କ ମତ ବାରମ୍ବାର ରୂପ ବଦଳୁଥିବା ଏହି ଭୂତାଣୁ ଘାତକ ଡେଲ୍ଟା ତୁଳନାରେ ୬ ଗୁଣ ଅଧିକ ସଂକ୍ରାମକ ଏହା ଆଣ୍ଟିବଡୀ ଚିକିତ୍ସା କୁ ଭି ମାତ ଦେବାର କ୍ଷମତା ରଖିଛି । ଡବଲ ଡୋଜ ଟୀକା ନେଇଥିବା ଲୋକ ମଧ୍ୟ ଏଥିରୁ ବଞ୍ଚିବା କଷ୍ଟକର । ଏଭଳି ସ୍ଥିତିରେ ସତର୍କ କରିଛି ବିଶ୍ବ ସ୍ୱାସ୍ଥ ସଂଗଠନ WHO , କହିଛି ଏହି ଭରିଏଣ୍ଟ ଯୋଗୁ ଯଦି ସଂକ୍ରମଣ ବଢେ ତେବେ ପରିଣାମ ବହୁତ ଭୟଙ୍କର ହେବ । ତେଣୁ ଓମିକ୍ରୋନ କୁ ଅତି ବିପଦ ଶ୍ରେଣୀଭୁକ୍ତ କରି ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ୧୯୪ ଦେଶକୁ ସତର୍କ କରାଇଛି WHO । 



Comments